ମୁଁ ସୁରକ୍ଷିତ କି?

 

ମୋ ସହରର ସାରା ଭାରତରେ, କହିବାକୁ ଗଲେ ସାରା ବିଶ୍ୱରେ ବହୁତ ବଡ କ୍ଷତି ରହିଛି।  ଐତିହାସିକ ସହର ମୋର।  ସଂସ୍କୃତି ଓ ପରମ୍ପରା କୁ ବହୁତ ସମ୍ମାନ ଏଠି।  ମୋ ସହର ଦେଖିବାକୁ ରାଜ୍ୟ ଓ ଦେଶ ବାହାରୁ ପର୍ଯ୍ୟଟକ ବି ଆସନ୍ତି।  ଆଜି କାଲି ମୋ ସହରକୁ ଆଧୁନିକୀକରଣ କରା ଯାଉଛି।  ଅନ୍ୟ ସହ ତାଳ ଦେଇ ନ ଚାଲିଲେ ଆମେ ସମାଜର ପଛୁଆ ବର୍ଗରେ ଗଣା ହେବା।  ଯୁଗ ବଦଳୁଛି, ମୋ ସହର ବଦଳିବନି ବା କେମିତି।   

ଏହି ସହରର ଆଇନ କାନୁନ ମଧ୍ୟ ସମୟ ଅନୁସାରେ ବଦଳୁଛି। ଆଜି କେବଳ ନାରୀ ସୁରକ୍ଷା ବିଷୟରେ ମୁଁ କହିବାକୁ ଯାଉଛି। ନାରୀ ନିର୍ଯାତତା କୁ ରୋକିବା ପାଇଁ ପୋଲିସ ପ୍ରଶାସନ ଠାରୁ ଲଗେଇ ବିଭିନ୍ନ ବେସରକାରୀ ସ୍ବେଛାସେବୀ ସଂସ୍ଥାମାନେ ଖୁବ ସକ୍ରିୟ। ଏପରିକି 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଅଛି। ହେଲେ ଯେତେ ବଡ ବାଉଁଶ ସେତେ ବଡ କଣା। କହିବାକୁ ଗଲେ ତ ସୁରକ୍ଷା ନାଁ ରେ ପ୍ରସିଦ୍ଧି ଲାଭ କରିଛି ମୋ ସହର, ହେଲେ ପ୍ରକୃତରେ କଥା ଟା ତାହା ନୁହେଁ। 

ବସରେ ଘରକୁ ଫେରୁଥିବା ବେଳେ ଅନ୍ୟମନସ୍କ ଭାବରେ ଝରକା ବାହାରକୁ ଚାହିଁଥିଲି। ସହରର ଏକ ଜନ ଗହଳି ପୁର୍ଣ ସ୍ଥାନର ଟ୍ରାଫିକ ପୋଷ୍ଟ ପାଖରେ ବସ  ଠିଆ ହେଇ ଥିବା ସମୟରେ ଦଶ ବାର ବର୍ଷର ଦୁଇଟି ଝିଅଙ୍କୁ ଭିକ୍ଷା ବୃତ୍ତି  କରୁଥିବାର ଦେଖିବାକୁ ପାଇଲି। ଝିଅ ଦୁହିଁଙ୍କର ଦିଦି ଦିଦି ଡାକରେ ତାଙ୍କ ଆଡକୁ ଚାହିଁଲି। କିଛି ପଇସା ଦିଅ ଖାଇବାକୁ ବୋଲି କହୁଥିଲେ ସେମାନେ। ଏତିକି ରେ ବସ ସେଠାରୁ ଛାଡି ଦେଲା। ହେଲେ ମନ ଟା ବିଚଳିତ ହେଇ ଉଠିଲା ଛୋଟ ପିଲା ଦୁଇଟି ଙ୍କୁ  ଦେଖି। ଯେଉଁ ସମୟରେ ସ୍କୁଲ ରେ ବସି ପାଠ ପଢିବା କଥା ସେହି ସମୟରେ ଦୁହେଁ ଖରାରେ ବସ ଷ୍ଟପ ରେ ବୁଲି ବୁଲି ଭିକ୍ଷା ମାଗୁଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସେହି ବସ ଷ୍ଟପ ରୁ ମାତ୍ର 50 ମିଟର ଦୂରରେ ପୋଲିସ ଥାନା। ଏହା ଆମ ନ୍ୟାୟ ବ୍ୟବସ୍ଥା ପାଇଁ ନିଶ୍ଚିତ ଭାବରେ ଏକ ଲଜ୍ୟା ଜନକ ବିଷୟ।  କିଶୋରୀ ଦୁହେଁ କଣ ନ୍ୟାୟ ବ୍ୟବସ୍ଥା ବାହାରେ ? ସେମାନେ କଣ  ପୋଲିସ ପ୍ରଶାସନ, ସରକାରୀ ଓ  ବେସରକାରୀ ସ୍ବେଛାସେବୀ ସଂସ୍ଥା ମାନଙ୍କ ଦୃଷ୍ଟି କୁ ଆସୁନାହାନ୍ତି? ସେମାନେ କେତେ ଦୂର ସୁରକ୍ଷିତ ? ସରକାରଙ୍କ ସ୍କିମ ଗୁଡିକ ର ଲାଭ ଉଠାଇବା ପାଇଁ ସେମାନଙ୍କର କଣ ଯୋଗ୍ୟତା ନାହିଁ ? ଏମିତି ଏକ ସମାଜ, ଏମିତି ଏକ ସହର ଉନ୍ନତି ଆଡକୁ ଯାଉଛି ନା ଅବନତି ଆଡକୁ ? 

Post a Comment

0 Comments