ବାଃ ରେ ସଂସାର! ବାଃ ରେ ସଂସାରୀ

 

ଆଜ୍ଞା କଥାଟି ଶୁଣିବାକୁ ହୁଏ ତ ବଡ ଅଜବ ଲାଗିପାରେ, କି ହୁଏ ତ ମତେ ଅଜବ ଲାଗୁଛି, ଜାଣିପାରୁନି। ହେଲେ ସେ ଦିନ ଯଦି ମୁଁ ସେ ରେଷ୍ଟୁରାଣ୍ଟ  କୁ ଯାଇ ନ ଥାନ୍ତି, ଏତେ ବଡ ବ୍ୟକ୍ତିତ୍ବ ଙ୍କ ସାକ୍ଷାତ ପାଇ ପାରି ନ ଥାନ୍ତି। ସେଦିନ ରେଷ୍ଟୁରାଣ୍ଟ ରେ ଏକା ଏକା ବସି ମୁଁ  ଦେଇଥିବା  ଖାଇବା ଅର୍ଡର୍ କୁ ଅପେକ୍ଷା କରି ଥାଏ। ଠିକ୍ର ମୋ ଟେବଲ୍ ର ସାମ୍ନା ଟେବଲ୍ ରେ ତିନି ଜଣ ଅତ୍ୟାଧୁନିକା ନାରୀ ବସି ଥିଲେ. ତିନି ଜଣଙ୍କ ମଧ୍ୟରୁ ଜଣେ ସାଧା ଖାଉ ଥିଲେ। ଆଉ ଦୁଇ ଜଣ ମାଚ୍ଛ ତରକାରୀ ଓ ଫ୍ରାଏଡ ଭାତ ର  ସ୍ଵାଦ ନେଉ ଥିଲେ। ସାଧା ଖାଉଥିବା ମହିଳା ଜଣଙ୍କ କହୁ ଥିଲେ, ଆଜି ମୁଁ ମାଚ୍ଛ ଖାଏନି, ନ ହେଲେ ମୋର ମାଚ୍ଛ ଖାଇବାକୁ ଭାରୀ ଇଚ୍ଛା ଥିଲା। ଏହା ଶୁଣି ଆମିଶ ଭକ୍ଷୀ ଦୁଇ ମହିଳାଙ୍କ ମଧ୍ୟରୁ ଜଣେ, ଯିଏ କି ଗୋଟେ  ଫୁଲ୍ ପ୍ଲେଟ୍  ମାଛ ତରକାରୀ ଖାଇବାରେ ବ୍ୟସ୍ତ ଥିଲେ, ସେଥିରୁ ଅଳ୍ପ ବିରତି ନେଇ  କହିଲେ," ଆପଣ ଭଲ କରିଛନ୍ତି ମ! ଏ ମାଚ୍ଛ ତରକାରୀ ଏକ ଦମ୍ ସ୍ବାଦ ହୀନ। ଏଥିରେ ମସଲା ବି ଭଲ ଦିଆ ହେଇନି।  ଆହୁରି ବି ଆଇଁଷ ଖାଇବା ଟା କଣ ଭଲ?" 

ଏହି ଭଳି ପ୍ରାୟ ୧୦ -୧୫ ମିନିଟ୍ ଆମିଷ ବିରୋଧୀ ପ୍ରଗଲ୍ଭ ଭାଷଣ continue ହେଇ ଚାଲି ଥିଲା। ଏହା ଭିତରେ ମାଡାମ୍ ଙ୍କ ମାଚ୍ଛ ପ୍ଲେଟ୍ ଟି ମଧ୍ୟ ଖାଲି ହେଇ ଯାଇ ଥିଲା। ମାଡମ୍ ବ୍ୟସ୍ତ ହେଇ waiter କୁ ଡାକ ପକେଇଲେ, ଆଉ ଗୋଟେ ମାଚ୍ଛ ପ୍ଲେଟ୍ ଆଣିବାକୁ. ଆଉ ସେଥିରେ gravy ଟିକେ ଅଧିକା କରି ଦେବାକୁ। 

ଏହା ଶୁଣି ମୋ ଭୋକ କୁଆଡେ ଗାୟବ୍ ହେଇ ଗଲା। ଭାବୁଥିଲି, ମୁଁ ଯଦି ସେ ଭଦ୍ର ମହିଳା ଙ୍କ ପ୍ଲେଟ୍ ରେ ଥିବା ମାଚ୍ଛ ପିସ୍ ଟି ହେଇ ଥାନ୍ତି, ସେଇ ପ୍ଲେଟ୍ ରୁ ଡେଇଁ ହୁଏତ ଆତ୍ମହତ୍ୟା କରି ଦେଇ ଥାନ୍ତି।

Post a Comment

0 Comments