ପ୍ରେମ : ଏକ ସଫଳ ଅସଫଳତା


ଏହି ଦୁଇ ମାସ  ହେବ ଜଣେ ପଡୋଶୀ ପରିବାର ଆମ ଘର ପାଖରେ ରହିବା ଲାଗି ଆସିଛନ୍ତି ପଡୋଶୀ କହିଲେ ସ୍ୱାମୀ ସ୍ତ୍ରୀ ଦୁଇ ପ୍ରାଣୀ ସ୍ୱାମୀ ସ୍ତ୍ରୀ କହିଲେ ଦୁଇଟି ପ୍ରେମ ପକ୍ଷୀ l  ମା ବାପାଙ୍କ ପଞ୍ଜୁରୀ ଭିତରୁ ଖସି ଆସିଥିବା 23 ବର୍ଷର ପୁଅ ଟିଏ ଓ 18 ବର୍ଷର ଝିଅ ଟିଏ l. ଏକ ବର୍ଷର ପ୍ରେମ ପରେ ସେମାନେ ନିର୍ଧାରଣ କଲେ ଯେ ଆଉ ପରସ୍ପର ଠାରୁ ଦୁରେଇ ରହି ହେବନି ତେଣୁ ଯୁକ୍ତ ଦୁଇ ରେ ପଢ଼ୁଥିବା 18 ବର୍ଷର  ଝିଅ ଟି ହୋଟେଲ ରେ ରହି କାମ କରୁଥିବା 23 ବର୍ଷର ପୁଅଟି ସହ ଘରୁ ଲୁଚି ଚାଲି ଆସିଲା ଲୁଚି ଆସିବାର କାରଣ ଏହିକି ଯେ ଦୁଇ ଜଣଙ୍କ ପରିବାର ଏ ବିବାହ କୁ ବିରୋଧ କରୁଥିଲେ.କାରଣ ଯାହା ବି ହେଉ l


ଦୁହେଁ ପତି ପତ୍ନୀ ଭାବେ ବିବାହ ନ କରି ଚଳିବାକୁ ଲାଗିଲେ l ସମୟ ସୁବିଧା ଦେଖି ବାହା ହେଇଯିବେ ବୋଲି ଠିକ କଲେ l ହେଲେ ସେ ସମୟ ସୁବିଧା ଆସିବା ଆଗରୁ ସବୁ ପ୍ରକାର ଅସୁବିଧା ଆରମ୍ଭ ହେଇଗଲା l ପରସ୍ପରକୁ ସନ୍ଦେହ କରିବା, କଥା କଥାକେ ପରସ୍ପରକୁ ଅପମାନ ଜନକ କଥା କହିବା, ଏମିତି କି ପରସ୍ପର ଉପରକୁ ହାତ ଉଠେଇବା  ନିତି  ଦିନିଆ ଘଟଣାରେ ପରିଣତ ହେଇ ଗଲାଣି

ତଥାପି ଦୁଇ ମାସ ହେବ ସେମାନେ ସାଙ୍ଗ ହେଇ ଗୋଟିଏ ଛାତ ତଳେ ରହୁଛନ୍ତି l ମୁଁ ଭାବି ମଧ୍ୟ ଭାବି ପାରେ ନାହିଁ ଏହା କି ପ୍ରକାର ସମ୍ପର୍କ l ଏହା କଣ ନିବିଡ଼ ପ୍ରେମ କୁ ସୂଚାଉଛି ନା କେବଳ ଶାରୀରିକ ଆକର୍ଷଣ l ଯଦି ଏହା ପ୍ରେମ, ତେବେ ଏଭଳି ପ୍ରେମ କଣ ମାନସିକ ଶାନ୍ତି ଦେଇ ପରେ? ଯଦି ଏହା ଶାରୀରିକ ଆକର୍ଷଣ, ତେବେ ଏହା ଦୀର୍ଘସ୍ଥାୟୀ କି

ଯେଉଁ ସମୟରେ  ନିଜ ଭବିଷ୍ୟତକୁ ଗୋଟେ ନୂଆ ଉନ୍ନତି ମୂଳକ ଦିଗକୁ ନେବା କଥା, ସେ ସମୟକୁ ଏମିତି ଭାବରେ ଅପଚୟ କରିବା ଟା  କେତେ ଦୂର ଠିକ? ଏହା କେବଳ ମୋ ପଡୋଶୀଙ୍କ କାହାଣୀ ନୁହେ, ଏମିତି ପଡୋଶୀ ହୁଏତ ସମାଜ ର ପ୍ରତି କୋଣରେ ରହୁଛନ୍ତି

ହେଲେ ଏଥିପାଇଁ ଦାୟୀ କିଏ? ଏ ସମାଜ, ପରିବାର ନା ଆଜିର ଯୁବ ପିଢ଼ି ? ଏହି ସମାଜ ତ  ପୁଣି କେତେ ସଂସ୍କାରୀ ଓ ଜ୍ଞାନୀ ବ୍ୟକ୍ତି ବିଶେଷଙ୍କୁ ସୃଷ୍ଟି କରୁଛି l କୌଣସି ପରିବାର ତ କେବେ ଚାହିଁବନି ସନ୍ତାନ ଭୁଲ ବାଟରେ ଯାଉ l ଆଜିର ଯୁବପିଢ଼ି ମଧ୍ୟ ସମାଜର ଉନ୍ନତି ରେ ଲିପ୍ତ l ହେଲେ ଏ ନୈତିକ ପତ୍ତନ ପାଇଁ ଦାୟୀ କିଏ?

 

 Comment Section ରେ ମତାମତ ନିଶ୍ଚୟ ଦେବେ l ଧନ୍ୟବାଦ l

Post a Comment

0 Comments