ମଉସାଙ୍କ ଘର ଯାଜପୁର l ବୟସ 60 ହେବ l ତାଙ୍କର ଡାହାଣ ହାତ ଟି ଭାଙ୍ଗି ଯାଇଥିଲା ଦୁଇ ମାସ ତଳେ l ଡାକ୍ତରୀ ଚିକିତ୍ସା ପରେ ହାତ ଟି ଅତ୍ୟଧିକ ବିନ୍ଧା ହେବାରୁ ସେ କୁଲେଇଲ ପ୍ରଥମ ଥର ପାଇଁ ଆସିଥିଲେ l ସେଠାକାର ଚିକିତ୍ସା ମୁତାବକ ତାଙ୍କ ହାତକୁ ଟାଣି ପ୍ରଥମେ ସିଧା କରାଗଲା l ଅତ୍ୟଧିକ କଷ୍ଟ ହେତୁ ମଉସା ପ୍ରବଳ ଜୋରରେ ଚିତ୍କାର କରି ଉଠିଲେ l ସେଠାରେ ଚିକିତ୍ସା ରେ ନିହିତ କର୍ମଚାରୀ ଜଣେ ପଚାରିଲେ, " ଆପଣଙ୍କ ସାଙ୍ଗରେ କିଏ ଆସିଛନ୍ତି?" ମାଉସା କହିଲେ ସେ ଏକା ଆସିଛନ୍ତିl
ପୁଅ ହାତର ଚିକିତ୍ସା ସାରି ଔଷଧ ଆଣି ମୁଁ ବାହାରେ ବସ କୁ ଅପେକ୍ଷା
କରି ଥିଲି l  ମଉସା ଜଣଙ୍କ ବାହାରକୁ ଆସି ମୋ ପାଖରେ ଠିଆ ହେଲେ l ସେ ମଧ୍ୟ ବସ କୁ
ଅପେକ୍ଷା କରିଥିଲେ l ଏମିତି
କଥା କଥା ରେ ମଉସା ନିଜ କଥା କହିଲେ l
ତାଙ୍କର ତିନି ଝିଅ ଓ ତିନି ଜ୍ୱାଇଁ l ଜଣେ ଝିଅ ଏହି
ଆଠଗଡ଼ରେ ବାହା ହେଇଛି l  ଦୁଇ ମାସ ହେଲା ହାତ ଭାଙ୍ଗି ଲାଣି l ହେଲେ କାହାର
କିଛି ଯାଏ ଆସେ ନାହିଁ l ଭଲ
ଯାନୀ ଯୌତୁକ ଦେଇ ଝିଅ ତିନିହେଁ ଙ୍କୁ ବାହା ଦେଇ ଥିଲେ ମଉସା l ଶାଶୂଘର ଚଳଣି
ମଧ୍ୟ ଖୁବ ଭଲ l ମଉସା
ଗୋଟେ ସିଲେଇ ଦୋକାନ କରି ଝିଅ ମାନଙ୍କୁ ପାଠ ପଢ଼େଇ ବାହା ଦେଇଛନ୍ତି l 
ପୁଅ ଟିଏ ମଧ୍ୟ ଅଛି ମଉସାଙ୍କର l ସେ କଟକ ରେ ରହି ଚାକିରୀ କରୁଛି l ତାକୁ ବି ସମୟ ନାହିଁ ଘରକୁ ଆସି ବୁଢା ମା ବାପାଙ୍କ କଥା ବୁଝିବାକୁ l ଷାଠିଏ ବର୍ଷର
ବୃଦ୍ଧ ଜଣେ  ଜୀବନର ସମସ୍ତ ସମୟ ଓ ଆୟ ଯାହା
ପାଇଁ  ଖର୍ଚ୍ଚ କରି ଦେଲେ, ତାଙ୍କ ପାଇଁ ଆଜି
କାହା ପାଖରେ  ସମୟ ନାହିଁ l ନିଜ ପୁଅ ଝିଅଙ୍କ
ଠାରୁ ପ୍ରତି ବଦଳରେ ଟିକେ ସ୍ନେହ,
ଶ୍ରଦ୍ଧା  ଓ ଯତ୍ନ ଆଶା କରିବା କଣ ଭୁଲ? ସ୍ୱାର୍ଥପର କିଏ? ମଉସା ନା ତାଙ୍କ
ପୁଅ ଝିଅ?

 
 
 
 
 
 
 
 
 
0 Comments
Share your feedback.