ସତରେ କଣ ମୋ ଗାଁ ବଦଳୁଛି?

ବହୁତ୍ ବର୍ଷ ପରେ ଗାଁ କୁ ଫେରୁଥିଲି.... ହୁଏତ  ବାହାଘରର ୫ ବର୍ଷ  ପରେ l ସବୁକିଛି ବଦଳି ଯାଇଥିଲା l ମୋ ପରିସ୍ଥିତିରେଆଉ ମୋ ଗାଁ ପରିସ୍ଥିତିରେ ବି l ପତିଦେବ ଙ୍କର କର୍ମ ବହୁଳତା ଭିତରେ ନିଜ ଘରଠାରୁ ବହୁ ସମୟ ଦୁରେଇ ରହି ଯାଇ ଥିଲି l ଏହା ଭିତରେ ସବୁ କିଛି ପରିବର୍ତ୍ତନ ହେଇ ଯାଇଛି l  

ଗାଁ ଯାକ ବଡ ବଡ କୋଠା ଘର l ଆଉ ସବୁ ଘରକୁ କଳା ଚିକ୍କଣ ପକ୍କା ସଡକ ପରସ୍ପର ସହ ଯୋଡୁଥିଲା l କାହିଁ ! ବାହାରେ ତ କେହି ଦେଖା ଯାଉ ନାହାନ୍ତି l ହଁ ! ଖାରବେଳ ସମୟ l ହୁଏତ ସମସ୍ତେ ନିଜ ଘରେ ଥିବେ l ଗାଁ ମୁଣ୍ଡରେ ଥିବା ବରଗଚ୍ଛ ବି ଆଉ ନାହିଁ, ଯାହା ତଳେ ଝାଟୁଆ କକା, ଭୀମ କକା, ଆଉ ଗାଁ ର କେତେ ଜଣ ଖାରବେଳେ ବିଲରୁ ଫେରି, ଗାଧେଇ ସାରି ପଖାଳ ଖାଇ ତାସ୍ ଖେଳି ବାରେ ବସି ଯାଉ ଥିଲେ l ପୁଣି ଛାଇ ବେଳ ହେଲେ ହଳ ଲଙ୍ଗଳ  ଧରି ବିଲକୁ ବାହାରି ପଡୁଥିଲେ l ସେ ସମୟ କାହିଁ କୁଆଡେ ପଛରେ ରହି ଗଲାଣି l ଏବେ ଭୀମ କକା, ଝାଟୁଆ କକା ବି ଘରେ ବିଜୁଳି ପଂଖା ତଳେ ସୋଇ ଟିଭି ଦେଖିବାକୁ ପସନ୍ଦ କରୁଛନ୍ତି l

ମାମି ( ମୋ ବୋଉ ) ସୋଇ ପଡିବା  ପରେ  ମୁଁ  ଓ ମୋ ଭାଇ ଜିତୁ ,ରିଙ୍କି, ଅଖିଳ ସାଙ୍ଗେ ଖେଳିବାକୁ ଲୁଚି ଘରୁ ବାହାରି ଯାଉଥିଲୁ l , ଆମ୍ବ  ଗଛକୁ ଢେଲା ମାରି ଆମ୍ବ ତୋଳୁଥିଲୁ l  ମୁଁ ଟିକେ ଏ ସବୁରେ ପଛୁଆ ଥିଲେ ବି 100% ଚେଷ୍ଟା କରିବା ଛାଡୁ ନ ଥିଲି l ଆଉ ଯେବେ ଗୋଟେ ବି ଆମ୍ବ ପାରି ପାରୁ ନଥିଲି, ବସି କାନ୍ଦିବା ଆରମ୍ଭ କରି ଦେଉଥିଲି l ରିଙ୍କି, ଅଖିଳ ମତେ ତାଙ୍କ ଆମ୍ବ ଦେଇ ଦେଉଥିଲେ l ଖେଳି ସାରି ନଈ  ବନ୍ଧରୁ  ଜିତୁ , ରିଙ୍କି, ଅଖିଳ  ସିଧା ନଈ  ଭିତରକୁ ଡ଼େଉଁଥିଲେ ଗାଧେଇବାକୁ l ଆଉ ମୁଁ  ଓ ମୋ ଭାଇ ବସି ଦେଖୁଥିଲୁ l 

ସେ ନଈ  ଏବେ ବି ଲମ୍ବି ଯାଇଛି କେଉଁଠୁ କେଉଁଠିକୁ, ହେଲେ ସେଥିରେ ଆଉ ପାଣି ଠୋପେ  ବି ନାହିଁ l ରିଙ୍କି ତା ଶାଶୂଘରେ, ଜିତୁ ଅଖିଳ ବି କୁଆଡେ ବାହାରେ ଯାଇ କାମ କରି ପରିବାର ପୋଷୁଛନ୍ତିହରିଆ ମଉସାଙ୍କ ସେ  ଆମ୍ବ ତୋଟା ଆଉ ନାହିଁ l ସବୁ ଆମ୍ବ ଗଛ ହାଣି  ସେଠି ଗୋଟେ କୁକୁଡ଼ା ଫାର୍ମ କରିଛନ୍ତି, ଆଉ ତାଙ୍କ ପୁଅ ଗଗନ ଭାଇ ସେ ଫାର୍ମକୁ ବୁଝା ସୁଝା କରୁଛନ୍ତି

Post a Comment

0 Comments