Odia Poetries and Quotes

 

ଆମରି ଗାଆଁ

ଦୁଇ ଦିଗନ୍ତରେ ନଈ ସେ ପାରିରେ ରହିଛି ଆମରି ଗାଆଁ, 

ବାଳୁତ କାଳ ରୁ ପାଳି ପୋଷି ମତେ ଦେଖାଇଛି ନୂଆ ରାହା। 

ତା ' ରି ମାଟି ରୁ ସୁନା ଫଳେଇଛି ତା ନଈ ଅମୃତ ସମ, 

ମୋ ଗାଆଁ ମୋ ଜନନୀ ସମ। 

ଭୂଗୋଳ ପୋଥି ରେ ନାଁ ନାହିଁ ତା ର, 

ତାହା ଠୁଁ ରହେ ମୁଁ କାହିଁ କେତେ ଦୂର, 

 ଆଜି ବି ମୋ ହୃଦେ ତା ପାଇଁ ଦରଦ, 

ସେଇଠି ମୋର ଜନମ, ମୋ ଗାଆଁ ମୋ ଜନନୀ ସମ।

************************************

ସୁନ୍ଦର ସେ କବିତାର ମହକ

ଆହା କି ସୁନ୍ଦର ସେ କବିତାର ମହକ, 

ଯେଉଁଥିରେ ଖେଲିଯାଏ ପିରତିର ପୁଲକ, 

ମଣିଷକୁ ମଣିଷର ପ୍ରୀତି, 

ସାତ ସୁରେ ଛନ୍ଦି ହୁଏ ଭାବନାର ଗୀତି, 

ମହକାଇ ଦିଏ ମନ, ଭୁଲି ରାଗ ଅଭିମାନ, 

ହୁଏ ଏକ ମନ ପ୍ରାଣ ଯେବେ ଏ ଜଗତ, 

ଆହା କି ସୁନ୍ଦର ସେଇ କବିତାର ମହକ।

Download the ebook to read more poetries like this 👇


Click Here to Download

ବାସ ଏକ ନୂଆ ଅଧ୍ୟାୟ ସେହି ପୁରୁଣା ଜୀବନ ବହିର

ଭାବି ଥିଲି ବାନ୍ଧି ଦେବି ତାକୁ ଯିବାକୁ ଦେବିନି,

ମତେ ଠକି ଚାଲି ଯିବ ସିଏ,ହେବାକୁ ଦେବିନି।

ଭୁଲ୍ ତାକୁ ବୁଝି ଥିଲି ମୁଁ, ଏକୁଟିଆ ରହିଗଲି ମୁଁ

ଛାଡ଼ିଗଲା ହାତ ମୋର,

କରିଗଲା ଆରମ୍ଭ ଏକ ନୂଆ କାହାଣୀ ର।

ମିଳନ ପରେ ବିଚ୍ଛେଦର, ପ୍ରେମ ପରେ ପ୍ରତାରଣାର

ବାସ ଯେମିତି ଏକ ନୂଆ ଅଧ୍ୟାୟ

ସେହି ପୁରୁଣା ଜୀବନ ବହିର।

*********************

ମୃଗତୃଷ୍ନା

ଏ ଜିବନ ମୃଗତୃଷ୍ଣା ସମ ଖୁସି ପଛେ ଧାଇଁ ଧାଇଁ ଶେସେ

 ଦୁଃଖର ମାୟା ଜାଲେ ଛନ୍ଦି ହୁଏ ଏ ମୁଢ଼ ମନୁଷ୍ୟ,

 ସୁନେଲି କିରଣ ର ଆଶା ଦେଇଥାଏ ରାତ୍ରିର ଘନ ଅନ୍ଧକାର,

 ଗୋଲାପ କଢି ର ସ୍ବପ୍ନ ଆଣି ଦିଏ କଣ୍ଟକିତ ପଥ,

 ଶେଷ ନିଃଶ୍ୱାସ ଟିକକ ଖୋଜୁଥାଏ ଆଉ କିଛି କ୍ଷଣ,

 ଅସରନ୍ତି ରାସ୍ତା ଆଗେ ଥକି ଯାଏ ପାଦ ଦୁଇ ତାର।


ଏବେ ଆଉ ନୀଳ କଇଁ ଫୁଟୁ ନାହିଁ ଗାଆଁ ପୋଖରୀରେ,

ଜହ୍ନ ଗୋଟେ ପଥର ର ପିଣ୍ଡ ବୋଲି ତା ହୃଦୟ ବେଦନାରେ ଘାରେ।



Post a Comment

0 Comments