ଜଣେ ବେକାର ବ୍ୟକ୍ତି ବହୁତ ବଡ ଫାର୍ମରେ “ଅଫିସ୍ ବୟ ” ପଦ ପାଇଁ
ଆବେଦନ କଲେ | ଏଚ ଆର ମ୍ୟାନେଜର ତାଙ୍କୁ ସାକ୍ଷାତକାର ପାଇଁ ଡାକିଲେ , ତା ପରେ ଏକ ପରୀକ୍ଷା: ଚଟାଣ ସଫା କର | ସେ କହିଲେ, “ତୁମେ
ନିଯୁକ୍ତି ପାଇଛ”, ମୋତେ ତୁମର ଇମେଲ ଠିକଣା ଦିଅ, ଏବଂ ମୁଁ ତୁମକୁ ଭରିବା ପାଇଁ ଆବେଦନ ଫର୍ମ ପଠାଇବି, ଏବଂ ତୁମେ କେବେ କାମ ଆରମ୍ଭ କରିବ, କୁହ |
ବ୍ୟକ୍ତି ଉତ୍ତର ଦେଲେ “ମୋର କମ୍ପ୍ୟୁଟର ନାହିଁ କିମ୍ବା ଇମେଲ
ନାହିଁ।”ମୁଁ ଦୁଃଖିତ, ଏଚ ଆର
ମ୍ୟାନେଜର କହିଲେ, ଯଦି ଆପଣଙ୍କର ଏକ ଇମେଲ୍ ନାହିଁ ଯାହାର
ଅର୍ଥ ହେଉଛି ଆପଣ ଏ ଦୁନିଆରେ ବିଦ୍ୟମାନ ନୁହଁନ୍ତି | ଏବଂ ଯାହାର ଉପସ୍ଥିତି ନାହିଁ,
ତାକୁ ଏ ଚାକିରୀ ଦିଆ ଯାଇ ପାରିବ ନାହିଁ|
ବ୍ୟକ୍ତି ଜଣକ ନିରାଶ ହେଇ ସେଠାରୁ ଚାଲିଗଲେ | ସେ ଜାଣି ନଥିଲେ କଣ କରିବେ,ତାଙ୍କ
ପକେଟରେ ମାତ୍ର 10 ଡଲାର ଥିଲା | ତା’ପରେ ସେ ବଜାରକୁ ଯାଇ 10 କେଜି
ଟମାଟୋ କ୍ରେଟ କିଣିବାକୁ ସ୍ଥିର କଲେ | ତା’ପରେ ସେ
ଟମାଟୋ ବିକ୍ରି କଲେ | ଘରଠୁ ଘର
ବୁଲି ଦୁଇ ଘଣ୍ଟାରୁ କମ୍ ସମୟ ମଧ୍ୟରେ ସେ ନିଜ ଟଙ୍କା କୁ ଦ୍ୱିଗୁଣିତ କରିବାରେ ସଫଳ ହୋଇଥିଲେ।
ସେ ସନ୍ଧ୍ୟା ବେଳକୁ 60 ଡଲାର ସହିତ ଘରକୁ ଫେରିଲେ
|
ବ୍ୟକ୍ତି ଜଣକ ଅନୁଭବ କଲେ ଯେ ସେ ଏହି ପରି ଭାବେ ବଞ୍ଚି ପାରିବେ | ତା ପରା ଦିନ ଠାରୁ ସେ ଶୀଘ୍ର ଯିବା ଓ ବିଳମ୍ବରେ ଫେରିବାକୁ ଅଭ୍ୟାସ
କଲେ | କଠିନ ପରିଶ୍ରମ ଦ୍ୱାରା ଖୁବ ଶୀଘ୍ର ସେ ସହର
ଜଣେ ଧନୀ ବ୍ୟବସାୟୀ ହେଇ ଗଲେ | ଦିନ କିଛି
ସମୟ ପରେ, ସେ ଏକ ଭେଜିଟେବଲ କାର୍ଟ, ତାପରେ ଏକ
ଟ୍ରକ୍ କିଣିଲେ, ଏବଂ ତା’ପରେ ତାଙ୍କର ନିଜସ୍ୱ ଡେଲିଭରି
ଗାଡିଗୁଡିଏ ମଧ୍ୟ କିଣି ପରି ଥିଲେ |
କିଛି ବର୍ଷ ପରେ, ଏହି ବ୍ୟକ୍ତି ଆମେରିକାର ସବୁଠାରୁ ବଡ ଖାଦ୍ୟ ଖୁଚୁରା
ବ୍ୟବସାୟୀମାନଙ୍କ ମଧ୍ୟରୁ ଅନ୍ୟତମ ଭାବେ ଗଣା ହେଲେ |
ସେ ତାଙ୍କ ପରିବାରର ଭବିଷ୍ୟତ ପାଇଁ ଏକ
ଜୀବନ ବୀମା କରିବାକୁ ସ୍ଥିର କଲେ |ସେ ଏକ
ବୀମା ଏଜେଣ୍ଟଙ୍କୁ ଡାକି ଏକ ସୁରକ୍ଷା ଯୋଜନା ବାଛିଲେ । ଯେତେବେଳେ ବାର୍ତ୍ତାଳାପ ଶେଷରେ, ଏଜେଣ୍ଟ ତାଙ୍କୁ
ତାଙ୍କ ଇମେଲ ପଚାରିଲେ, ବ୍ୟକ୍ତି
ଉତ୍ତର ଦେଲେ: “ମୋର ଇମେଲ ନାହିଁ।” ଏଜେଣ୍ଟ କୌତୁହଳ ର ସହ
କହିଲେ, ଆପଣଙ୍କର ଏକ ଇମେଲ୍ ନାହିଁ, ଏବଂ ତଥାପି ଏଏତେ ବଡ ସଫଳ ବ୍ୟକ୍ତି ହୋଇ ପାରିଛନ୍ତି |ଯଦି ଏକ ଇମେଲ ଥାନ୍ତା
ତେବେ ଆପଣ ଏବେ କ’ଣ ହୋଇଥାନ୍ତ? ଲୋକଟି
କିଛି ସମୟ ଚିନ୍ତା କଲା, ଏବଂ ଉତ୍ତର
ଦେଲା: ଏକ ଅଫିସ୍ ବୟ !
ଏହି କାହାଣୀରୁ ମିଳୁଥିବା ଶିକ୍ଷା:
1: ଇଣ୍ଟରନେଟ୍ ଆପଣଙ୍କ
ଜୀବନର ସମାଧାନ ନୁହେଁ |
2: ଯଦି ଆପଣଙ୍କର
ଇଣ୍ଟରନେଟ୍ ନାହିଁ ଏବଂ ଆପଣ କଠିନ ପରିଶ୍ରମ କରନ୍ତି ତେବେ ଆପଣ କୋଟିପତି ହୋଇପାରିବେ |
3: ଯଦି ଆପଣ ଏହି
ବାର୍ତ୍ତା ଇମେଲ୍ ଦ୍ୱାରା ଗ୍ରହଣ କରିଛନ୍ତି, ତେବେ ଆପଣ
ଏକ ଅଫିସ୍ ବୟ ହେବାକୁ ନିକଟତର ଅଛନ୍ତି, ମିଲେନିୟର
ହେବାକୁ ନୁହେଁ |
0 Comments
Share your feedback.