ପିମ୍ପୁଡ଼ି ଏବଂ କପୋତର କାହାଣୀ

 


ଥରେ,ଏକ  ଗରମ  ଦିନରେ, ଗୋଟିଏ ପିମ୍ପୁଡ଼ି ବହୁତ ଶୋଷିଲା ହେଇ  ଜଳ ଅନ୍ୱେଷଣରେ ଏକ ନଦୀ ପାଖରେ ପହଂଚିଲା।

 

ନଦୀ କୂଳରେ ପହଞ୍ଚି ସେ ଏକ ଛୋଟ ପଥର ଉପରକୁ ଯାଇ ସେଠାରୁ ପାଣି ପିଇବାକୁ ଚେଷ୍ଟା କଲେ। ହଠାତ୍ ତା’ର ପାଦ ଖସିଗଲା ଏବଂ ସେ ନଦୀରେ ପଡ଼ିଗଲା | ନଦୀର ସ୍ରୋତ ଅତ୍ୟନ୍ତ ପ୍ରଖର  ଥିଲା ଏବଂ ପିମ୍ପୁଡ଼ି ପାଣିରେ ପଡି ଯାଇ  ପ୍ରବାହିତ ହେବାକୁ ଲାଗିଲା।

 

ନିକଟସ୍ଥ ଏକ ଗଛ ଉପରେ ଗୋଟିଏ କପୋତ ବସିଥିଲା। ସେ ପିମ୍ପୁଡ଼ି ପଡ଼ିଯିବାର ଦେଖି ତାକୁ ସାହାଯ୍ୟ କରିବାକୁ ସ୍ଥିର କଲା। କପୋତ ତାର ଡେଣା ବିସ୍ତାର କରି ପିମ୍ପୁଡ଼ି ନିକଟରେ ଉଡ଼ିବାକୁ ଚେଷ୍ଟା କଲା।

 

ତେବେ, କପୋତଟି ଡେଣା ସାହାଯ୍ୟରେ ପିମ୍ପୁଡ଼ିକୁ  ଉଠାଇବାରେ ଅସମର୍ଥ ହେଉଥିଲା।  କପୋତ ତା ପାଟିରେ ଏକ ଛୋଟ ଡାଳ ନେଇ ପିମ୍ପୁଡ଼ିକୁ ନଦୀ ସ୍ରୋତରୁ ଉଠାଇବାକୁ ପ୍ରୟାସ କଲା |

 

ଧିରେ ଧିରେ କପୋତଟି ପିମ୍ପୁଡ଼ିକୁ  ପାଣିରୁ ବାହାର କଲା। ପିମ୍ପୁଡ଼ି କପୋତକୁ ହୃଦୟରୁ ଧନ୍ୟବାଦ ଦେଲା ଏବଂ ଦୁହେଁ ବନ୍ଧୁ ହେଲେ |

 

ଏହି କାହାଣୀରୁ ଆମେ ଶିଖୁ ଯେ ଛୋଟ ସାହାଯ୍ୟ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆଣିପାରେ ଏବଂ ବଡ ସମସ୍ୟାର ସମାଧାନ କରିପାରେ |

Post a Comment

0 Comments